କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥି, ଅକ୍ଷୟ ତୃତୀୟା ଭାବେ ପରିଚିତ। ଏହି ଦିନକୁ ଔପଚାରିକ ଭାବେ ରାଜ୍ୟରେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚଷାକୂଳ ଏହି ଦିନ ଅମୃତ ବେଳାରେ ଆକ୍ଷୀମୁଠି ବା ଅକ୍ଷୟ ମୁଠି ଅନୁକୂଳ କରି କୃଷି କାର୍ଯ୍ୟରେ ଶୁଭାରମ୍ଭ କରିଥାଏ।

Image

ଶୁଭ ଦିନ ଭାବେ ମନେକରି ଏହି ଦିନ ଗୃହ ନିର୍ମାଣ, ନିଦ୍ଧିଷ୍ଟ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୁର, ବୋଳାଧାନ ବିହନ ପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ପକାଇ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାନ କୋଣରେ ପୋତି ହଳ ବୁଲାଏ ଓ ମୁଠା ମୁଠା ବିହନ କିଆରୀରେ ବୁଣେ ! ଏହାକୁ ଆକ୍ଷୀମୁଠି କୁହନ୍ତି ! ସାଧବା ନାରୀମାନେ ନିଜ ଶିଶୁର ମଙ୍ଗଳ କାମନା କରି ଏହି ଦିନ’ ଷଠିଦେଵୀ’ଙ୍କୁ ପୂଜା କରନ୍ତି ।

Image

Leave a Reply

Your email address will not be published. Required fields are marked *