ଶରୀର ପାଇଁ ହିତକାରୀ ଦେଶୀ ଘିଅ

ଦେଶୀ ଘିଅ ଦେହପ୍ରତି ଅତ୍ୟନ୍ତ ହିତକର। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ଶରୀରରେ ଥିବା ଅଦରକାରୀ ଜିନିଷକୁ ବାହାରକୁ ବାହାର କରିଥାଏ। ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ। ଏହା ସହ ଆମ ଶରୀରରେ ଥିବା ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ। ଯଦି ବା କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ। ତେବେ ଏହା ଶରୀର ପ୍ରତି ବେଶୀ ପ୍ରଭାବିତ କରି ନଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।

ଦେଶୀ ଘିଅରେ ଭିଟାମିନ ଏ, ଡି, ଇ ଏବଂ କେ ଭରପୁର ରହିଛି। ତେବେ ଆପଣ ଯଦି କୌଣସି ହୃଦଘାତ ଜନିତ ବା ମେଦବହୁଳ ରୋଗରେ ଆକ୍ରାନ୍ତ ତେବେ ଦେଶୀ ଘିଅକୁ ଖାଦ୍ୟରୁ ଏଡାଇବା ଆବଶ୍ୟକ। ସେହିପରି ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୧୦ ରୁ ୧୫ ଗ୍ରାମ ଘିଅ ଖାଇବା ଭଲ। ତେଣୁ ଦେଶୀ ଘିଅକୁ ଆମ ପ୍ରତିଦିନ ଖାଦ୍ୟ ସାରଣୀରେ ସାମିଲ କରାଗଲେ ଭଲ।

 

Leave a Reply

Your email address will not be published. Required fields are marked *