ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏହି ସବୁ ଉପାୟ; ଜୀବନରେ ଭରିଯିବ ଆନନ୍ଦ

ସ୍ନେହ ଶ୍ରଦ୍ଧାରେ ପରିପୂର୍ଣ୍ଣ ଏକ ଦାମ୍ପତ୍ୟ ଜୀବନ କିଏ ବା ନ ଚାହେଁ; କିନ୍ତୁ ବେଳେ ବେଳେ ବିଭିନ୍ନ କାରଣରୁ ଏହ ସଭିଁଙ୍କ ଭାଗ୍ୟରେ ଯୁଟି ନଥାଏ। ତେବେ ନିମ୍ନରେ ଦିଆଯାଇଥିବା ଉପାୟ ଅପଣାଇଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ନିଶ୍ଚୟ ହେବ ସୁଖମୟ।

man carrying woman near trees, Romance Animation couple, Romantic couples, love, couple png

 

 

  • ଆକ୍ଵାରିୟମକୁ ଶୟନ କକ୍ଷରେ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ । ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ସର୍ବଦା ଚିନ୍ତା ଲାଗି ରହିଥାଏ ।
  • ଗୃହରେ ଭୁଲ ସ୍ଥାନରେ ବୃକ୍ଷ ଲଗାଇଲେ ଏହା ଅଶୁଭ ଫଳ ପ୍ରଧାନ କରିଥାଏ । ଶୟନ କକ୍ଷରେ କୌଣସି ପ୍ରକାର ବୃକ୍ଷ ରଖନ୍ତୁ ନାହିଁ କିମ୍ବା ଲଗାନ୍ତୁ ନାହିଁ । ଏହା ବୈବାହିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ । ବିଶେଷ କରି ଶୟନ କକ୍ଷରେ ଘିକୁଆଁରୀ ବୃକ୍ଷ ଥିଲେ ପତିପତ୍ନୀଙ୍କ ମଧ୍ୟରେ ଦୂରତ୍ୱ ବଢିଥାଏ । ଏହାସହ ଆର୍ଥିକ କ୍ଷତ୍ରରେ ମଧ୍ୟ ସମସ୍ୟା ଦେଖାଯାଏ ।Bird Valentine's Day Wedding Gift, Love birds hand-painted, two bird perched on tree branch painting, love, watercolor Painting png
  • ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେଵା ସହ ନକାରାତ୍ମକ କୁପ୍ରଭାବ ପଡିଥାଏ ।
  • ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ ।
  • ଆଶା ଅନୁଯାୟୀ ଟଙ୍କା ସଂଚୟ ଅଥବା ରଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ ତଳେ ରଖିଲେ ଏହି ସମସ୍ୟା ଦୂର ହୋଇଯିବା ସହ ଆପଣଙ୍କ ଦାମ୍ପତ୍ୟ ଜୀବନରେ ହର୍ଷ ଓ ଉଲ୍ଲାସ ଭରିଯିବ ।
  • ଶୟନକକ୍ଷରୁ ନକାରାତ୍ମକ ଶକ୍ତି ଦୂର କରିବା ନିମନ୍ତେ ୨ଟି କର୍ପୁର ଆଳତି ଶୟନକକ୍ଷରେ କରନ୍ତୁ। ଏହାଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ସ୍ନେହ ଓ ପ୍ରେମ ବଢିବ।

Leave a Reply

Your email address will not be published. Required fields are marked *