ପରିଚିତ କୋରାପୁଟର ଅପରିଚିତ ପର୍ଯ୍ୟଟନସ୍ଥଳୀ : ମାଳିଗୁଡା

କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ ଏକ ଟୁଇଟ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଥିବା ଫୋଟୋରେ ଏକ ଉଚ୍ଚ ପୋଲ ଉପରେ ଗତି କରୁଥିବା ଟ୍ରେନ ଏକ ପାହାଡିଆ ଟନେଲ ମଧ୍ୟକୁ ପ୍ରବେଶ କରୁଛି। ଏହି ସୁନ୍ଦର ଫଟୋଟି କୋରାପୁଟ ଜିଲ୍ଲାର ମାଳିଗୁଡା ଟନେଲର ବୋଲି ସେ ଉଲ୍ଲେଖ କରିଛନ୍ତି।

ମଳିଗୁଡା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲାର ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରକୃତି ମା’ କିପରି ତାକୋଳରେ ପ୍ରାକୃତିକର ଶୋଭାରାଜି ଅଜାଡି ଦେଇିଛି; ତାହା ଏହିଠାରେ ଦେଖିବାକୁ ମିଳିବ। ଏହା ଦେଶର ପ୍ରଥମ ଓ ବିଶ୍ୱରେ ତୃତୀୟ ବୃହତ୍ତମ ଓସାରିଆ ରେଳପଥର ଟନେଲ ।

Courtesy: https://koraput.nic.in/

ମାଳିଗୁଡା ରେଞ୍ଜ ଓ ଜୟପୁର-ଦେଓଘାଟି ରେଞ୍ଜ ମଧ୍ୟରେ ରହିଛି ଏହି ମାଳିଗୁଡା ରେଳ ଟନେଲ। ଏହି ଟନେଲକୁ ଲାଗି ୧୦ରୁ ଅଧିକ ଛୋଟବଡ ପାହାଡ। ଭୂମିଠାରୁ ପ୍ରାୟ ୩୦୦ଫୁଟ ଉଚ୍ଚତାରେ ୪ଟି ବଡ ବଡ ପିଲର ଉପରେ ରହିଛି ଏହି ଟନେଲ। ଏହା  କୀରଣ୍ତୁଲରୁ ଭାଇଜାକ ରେଳଲାଇନ ଦୁଇ ପାହାଡକୁ ଯୋଡିଛି। ଚାରିପାର୍ଶ୍ୱରେ ରହିଛି ୧୦ରୁ ଅଧିକ ଛୋଟବଢ ପାହାଡ। ତଳେ ଏକ ପାହାଡି ଝରଣା। ଏହାସହ ନିକଟରେ ରହିଛି ମାଳିଗୁଡା ଗାଁ।

Courtesy: https://koraput.nic.in/

ମାଳିଗୁଡା ଟନେଲ ୧୯୬୧ରୁ ୧୯୬୬ ମଧ୍ୟରେ ଜାପାନ ଓ ଭାରତୀୟ ରେଳ ବିଭାଗର ସହଭାଗିତାରେ ନିମାର୍ଣ ହୋଇଥିଲା। ଏହି ରେଲବାଇ ଟନେଲ ଭାରତର ଚତୁର୍ଥ ଓସାରିଆ ଉଚ୍ଚତ୍ତମ ରେଳଲାଇନ ଭାବେ ପରିଚିତ ଥିବାବେଳେ ଜମ୍ମୁ କାଶ୍ମୀରର ବାନିହାଲ-କ୍ବାଜିଗୁଣ୍ତ ଟନେଲ ପରେ ଦ୍ୱିତୀୟ ବୃହତ୍ତମ ଟନେଲ ମଧ୍ୟରେ ଏହାର ନାମ ଆସେ। କୀରଣ୍ତୁଲରୁ ଭାଇଜାକକୁ ଯୋଗ କରୁଥିବା ଏହି ୪୩୦ କିଲୋମିଟର ବିଶିଷ୍ଟ ଓସାରିଆ ରେଳଲାଇନର ୪୬ ନମ୍ବର ଟନେଲ ହେଉଛି ମାଳିଗୁଡା। ଏହାର ଲମ୍ବ ପ୍ରାୟ ୨୧୬ ମିଟର ପ୍ରାୟ ୭୦୯ ଫୁଟ ହେବ। ଏହି ରେଳଲାଇନ ମଧ୍ୟରେ ଦନ୍ତେଵାଡା, ଜଗଦ୍ଦଲପୁର, ଜୟପୁର, କୋରାପୁଟ, ପାଡୁଆ, ଆରକୁ ଓ କୋଟ୍ଟାଭାଲାସା ମଧ୍ୟରେ ଯାତାୟତ କରେ।

Image
Courtesy: Udyan Sarathi

Leave a Reply

Your email address will not be published. Required fields are marked *