ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ରହିଛି ପ୍ରାଚୀନ ଶକ୍ତିପୀଠ ମା’

ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ତାରାତାରିଣୀ ପୀଠ ହିନ୍ଦୁ ଧର୍ମର ଏକ ପବିତ୍ର ଧର୍ମପୀଠ । ଶକ୍ତି-ସ୍ୱରୂପିଣୀ ଦେବୀ ତାରାତାରିଣୀଙ୍କ ଶକ୍ତିପୀଠ ବ୍ରହ୍ମପୁର ସହର ଠାରୁ ମାତ୍ର ୨୯ କିଲୋମିଟର ଦୂରରେ ଅଛି । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏଠାରେ ଯାଁଳା ଭଉଣୀ ଦେବୀ ତାର ଓ ତାରିଣୀ ଭାବେ ପୂଜା ପାଆନ୍ତି।

Courtesy: https://twitter.com/TaraTariniPith/status/1326183838062575616

 

ବଣଭୋଜି ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ପ୍ରତିବର୍ଷ ଚୈତ୍ରମସ ମଙ୍ଗଳବାରରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୁଏ। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ଓ ମାନସିକ ବ୍ରତ ପାଇଁ ଏଠାକୁ ଆସିଥାନ୍ତି। ଏହା ତାରାତାରିଣୀ ମେଳା ନାମରେ ଖ୍ୟାତ। ଋଷିକୁଲ୍ୟା ନଦୀ ତଟସ୍ଥ ପୁଣ୍ୟଗିରି ପାହାଡ ଉପରେ ଥିବା ଏହି ଶକ୍ତିପୀଠର ମହିମା ଅନେକ । ମା’ଙ୍କ ଦର୍ଶନ କରିବା ପାଇଁ ଏଠାରେ ୯୯୯ ପାହାଚ ଅତିକ୍ରମ କରିବାକୁ ହୋଇଥାଏ। ଏବେ ଭକ୍ତ ମାନଙ୍କର ସୁବିଧା ପାଇଁ ରୋପୱେର ବ୍ୟବସ୍ତା କରାଯାଇଛି। ଓଡିଶାରେ ଥିବା ଶକ୍ତି ପୀଠ ମଧ୍ୟରେ ମା ତାରାତାରିଣୀ ପୀଠର ବିଶେଷ ମହିମା ରହିଛି।

Courtesy: Odisha Tourism

 

ପୌରଣିକ କଥାବସ୍ତୁ :-

ପୌରାଣିକ କଥାବସ୍ତୁ ଅନୁଯାୟୀ, ମା ‘ ତାରାତାରିଣୀ ମହର୍ଷି ବଶିଷ୍ଟଙ୍କ ଇଷ୍ଟଦେବୀ। ଏକଦା ବଶିଷ୍ଟ ନିଜର ମନୋକାମନା ପୂରଣ ପାଇଁ ତାରାତାରିଣୀଙ୍କୁ ଆବାହନ କଲେ। କିନ୍ତୁ ତାରାତାରିଣୀ ବଶିଷ୍ଟଙ୍କ ପ୍ରତି ଉଦାସୀନତା ଦେଖାଇଲେ। ଏଥିରେ ବଶିଷ୍ଟ ରାଗିଯାଇ ଦେବୀ ଦ୍ୱୟଙ୍କୁ ଅପୂଜା ରହିବା ପାଇଁ ଅଭିଶାପ ଦେଲେ। ଅଭିଶାପ ପାଇ ଦେବୀ ଦ୍ଵୟ ଅନୁତାପ କରିବା ପରେ ବଶିଷ୍ଟ ଶାନ୍ତ ହେଲେ ଏବଂ କହିଲେ, କଳିଯୁଗର ମଧ୍ୟଭାଗରେ ତାଙ୍କର ଜ୍ୟୋଷ୍ଟ ଭଗିନୀ ଋଷିକୁଲ୍ୟାଙ୍କ ନଦୀ ତୀରରେ ମୋର ମାନସପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମେ ଦୁହେଁ କିଛିଦିନ ଲାଳିତ ପାଳିତ ହେବା ପରେ ତାରାତାରିଣୀ ପର୍ବତର ଶୀର୍ଷଦେଶରେ ପୂଜା ପାଇବ ଓ ଶାପମୁକ୍ତ ହେବ। ସେତେ ଦିନ ପର୍ଯ୍ୟନ୍ତ ମାତାଲକ୍ଷ୍ମୀଙ୍କ ଚକ୍ଷୁକୋଣରେ ରହି ଶିବଙ୍କ ନିକଟରେ ନିଜକୁ ତଲ୍ଲିନ ହେବାକୁ ଉପଦେଶ ଦେଲେ।

Courtesy: https://www.newindianexpress.com/states/odisha/2020/feb/06/revamp-plan-for-taratarini-temple-2099619.html

 

ଗଞ୍ଜାମର ବୀର ଜଗନ୍ନାଥ ଶାସନରେ ବସୁ ପ୍ରହରାଜ ନାମରେ ଜଣେ ମହାଜ୍ଞାନୀ ଓ ତାନ୍ତ୍ରିକ ଥିଲେ। ସେ ନିସନ୍ତାନ ଥିବାରୁ ଦୁଇଜଣ କନ୍ୟାକୁ ଆଣି ଲାଳନ ପାଳନ କାଲେ। ସମୟ ଗଡିଚାଲିଲା, ଏକଦା ହଠାତ ସେ ଦୁଇଜଣ ଝିଅ ଗୃହତ୍ୟାଗ କଲେ। ସେମାନେ ବାଟରେ ଜଣେ କାଚରାଠାରୁ ଚୁଡି ପିନ୍ଧିଲେ ଏବଂ ତା ‘ର ପାଉଣା ବସୁ ପ୍ରହରାଜଙ୍କ ଠାରୁ ନେଇଯିବା ପାଇଁ କହିଲେ। ବସୁ ପ୍ରହରାଜ ତାଙ୍କର କନ୍ୟା ଦୁହିଙ୍କୁ ଖୋଜି ନିରାଶ ହେଲେ। ଏହାର କିଛିଦିନ ପରେ ବସୁ ପ୍ରହରାଜଙ୍କ ସ୍ଵପ୍ନରେ ଆସି ଦେବିଦ୍ଵୟ ପୁଣ୍ୟଗିରି ପର୍ବତରେ ଅବସ୍ଥାନ କରୁଛନ୍ତି ବୋଲି କହିଥିଲେ। ସେହିଦିନ ରାତିରେ ବସୁ ପ୍ରହରାଜ ସେଠାରେ ପହଞ୍ଚି ଦୁଇଟି ସ୍ତନାକୃତି ଶିଳା ପୁଣ୍ୟଗିରି ପର୍ବତ ଉପରେ ଥିବାର ଦେଖିଥିଲେ। ଏହାପରେ ବସୁ ପ୍ରହରାଜ ଶିଳା ଦୁଇଟିରେ ତନ୍ତ୍ର ଦ୍ଵାରା ପ୍ରାଣ ପ୍ରତିଷ୍ଠା କଲେ। ଅକ୍ଷୟ ତୃତୀୟା ଦିନ ମନ୍ଦିର ନିର୍ମାଣର ଶୁଭାରମ୍ଭ କଲେ। ସେହିଦିନଠାରୁ ଏହି ପୀଠ ତାରାତାରିଣୀ ନାମରେ ଖ୍ୟାତ ହେଲା ।

 

Leave a Reply

Your email address will not be published. Required fields are marked *