ଶାନ୍ତିସ୍ତୂପ ଧଉଳି

ଓଡ଼ିଶାର ବୌଦ୍ଧ ପୀଠସ୍ଥଳ ମଧ୍ୟରେ ଖଣ୍ଡଗିରୀ ଓ ଧଉଳିଗିରି ମୁଖ୍ୟ ବୌଦ୍ଧ ପୀଠସ୍ଥଳ ଅଟେ। ଧଉଳିଗିରି ଧଉଳି ପାହାଡ ଓ ଦୟାନଦୀ କୂଳରେ ଅବସ୍ଥିତ। ଏହା ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ। ଏହି ପାହାଡର ପଥର ଉପରେ ଓଡିଆ ଭାଷାରେ ଅଶୋକଙ୍କ ଶିଳାଲେଖ କ୍ଷୋଦିତ ହୋଇଛି। ଏହା ହେଉଛି ସେହି ସ୍ଥାନ ଯେଉଁଠି କଳିଙ୍ଗ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା।

ଇତିହାସ :

ଏଠାରେ ଥିବା ୬ ଖଣ୍ଡ ଶିଳାଲେଖରେ ଅଶୋକ ସମଗ୍ର ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କମ ଉପରେ ଲେଖାଯାଇଛି। ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖା ଉପରେ ଅଛି ତାହା ଅନେକ ଦିନ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି। ଏହାର ବିଶେଷତା ହେଉଛି, ଏହି ହାତୀ ହେଉଛି ବୁଦ୍ଧଏନକେ ଶିଷ୍ୟ ମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ସୁଚାଏ ଅଶୋକ ଏହି ସ୍ଥାନରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କ ଆଡକୁ ବାଟ ଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ।

ତେବେ ଏହା ବି ସବୁ ଗବେଷକମାନେ ଗ୍ରହଣ କରି ପାରୁନାହାନ୍ତି। କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ କଳିଙ୍ଗ ଯୁଦ୍ଧ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢୁଛନ୍ତି। ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୂପମାନ ଗଢାଇଥିଲେ। ସାଧାରଣ ଲୋକଙ୍କ ପାଇଁ ‘ଦଣ୍ଡନୀତି ’ ଲାଗୁ କରାଇଥିଲେ। ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ବୁଦ୍ଧ ସଂଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୂପ ନିର୍ମାଣ କରଯାଇଥିଲା। ଯାହା ଗବେହସକ ମାନଙ୍କ ପାଇଁ ବିଶେଷ ସ୍ଥନ ପାଲଟି ଥିଲା।

ଏକଦା ଧଉଳି ପାହାଡ ସୁରଭିଗିରି ନାମରେ ଐତିହାସିକ ସ୍ଥାନ ରୂପେ ବହନ କରିଥିଲା। ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ରହିଥିଲା। ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାବର୍ତ୍ତି ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୁକାସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ଵତ୍ଥାମା ହସ୍ତୀ ନାମରେ ନାମିତ କରାଯାଇଛି। ଜତୁଗୃହକୁ ଆତ୍ମରକ୍ଷା ପାଇଁ ମତାକୁନ୍ତୀଙ୍କ ସହ ପଞ୍ଚୁ ପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁ ପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି।

ଦୟାନଦୀ :

ଦୟାନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖା ନଦୀ। ଦଧିଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଛି। ଏହାର ପ୍ରାଚୀନ ନାମ ଦଧିଭଦାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ ‘ଦୟା’ ନାମ ହୋଇଛି। ଏହା ଖୋର୍ଦ୍ଧା ଜିଲ୍ଲା ବଳକାଟି ନିକଟସ୍ଥ ସରଦେଈପୁରଠାରୁ ବାହାରି ଧଉଳି, ତରିମଲ୍ଲ ଘୋରଡିଆ, ତ୍ରିଲୋଚନପୁର, କଣାସ, କଙ୍କିଆ, ଗଡିଶାଗୋଦା ପ୍ରବୃତି ଆଞ୍ଚଲ ଦେଇ ଦୀର୍ଘ ୩୭ କିମି ଅତିକ୍ରମ କରି ଚିଲିକାରେ ମିଶିଛି। ଏହାର ଶାଖା ନଦୀ ରାଜୁଆ ଅଟେ । କୁହଜେ କି ଏହି ନଦୀ କୂଳରେ ହିଁ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା। ଏହି ଯୁଦ୍ଧରେ ଅଶୋକ ତାଙ୍କ ଭାଇ ମାନଙ୍କୁ ହତ୍ୟା କରି ଦୟାନଦୀର ପାଣିକୁ ରକ୍ତବର୍ଣ୍ଣ କରିଥିଲେ। ଏହାପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ।

Leave a Reply

Your email address will not be published. Required fields are marked *