ସୋୟାବିନ ବହୁତ ଲୋକଙ୍କ ପସନ୍ଦ। ସୋୟାବିନରେ ଭରପୁର ମାତ୍ରାରେ ଶରୀର ପାଇଁ ଉପକାରୀ ପୋଷକ ତତ୍ଵ ରହିଛି। ସୋୟାବିନରେ ଲୋକେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ସୋୟାବିନ ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିଲେ ମଧ୍ୟ ଏହାକୁ ଅଧିକ ସେବନ କରିବା ଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ସୋୟାବିନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାବେଳେ ଅପରପକ୍ଷରେ ଅତ୍ୟଧିକ ମାତ୍ରାରେ ସୋୟାବିନ ସେବନ ହାନିକାରକ ପ୍ରମାଣିତ ହୋଇଥାଏ। ସୋୟାବିନ ଦ୍ୱାରା କଣ କଣ ଅସୁବିଧା ହୋଇଥାଏ ଜାଣନ୍ତୁ -:
ସୋୟାବିନ ଦ୍ୱାରା ଏଲର୍ଜି ସମସ୍ୟା ହୋଇଥାଏ – ସୋୟାବିନ ଯୋଗୁଁ ମହିଳାଙ୍କୁ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ, ସୋୟାବିନରେ ଥିବା କମ୍ପାଉଣ୍ଡ ମହିଳାଙ୍କ ହର୍ମୋନ ଏଷ୍ଟ୍ରୋଜେନକୁ ନକଲ କରିଥାଏ।
– ଅଧିକ ସୋୟାବିନ ସେବନ କଲେ ପୁରୁଷଙ୍କ ସ୍ପର୍ମ କାଉନ୍ଟ ହ୍ରାସ ପାଇଥାଏ।
– ସୋୟାବିନରେ ଥିବା ଟ୍ରାନ୍ସ ଫ୍ୟାଟ ଯୋଗୁଁ ମେଦ ବହୁଳତା ହୋଇଥାଏ ଓ କଲେଷ୍ଟ୍ରୋଲ ମଧ୍ୟ ବଢିଥାଏ ।
– ହୃଦ ସମ୍ବନ୍ଧୀୟ ରୋଗଥିଲେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ ।
– ଯେଉଁମାନଙ୍କର ମାଇଗ୍ରେନ ସମସ୍ୟା ଅଛି, ଥାଇରଏଡ଼ ସମସ୍ୟା ଅଛି ସେମାନେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ ।