ମାତା – ପିତାଙ୍କୁ ଜାଣିବା ନିହାତି ଆବଶ୍ୟକ ଯେ, ପିଲାମାନଙ୍କ ପାଇଁ ଚକଲେଟ ବା ଟଫି କେତେ କ୍ଷତିକାରକ ହୋଇଥାଏ। ପିଲାମାନେ ଅବୁଝା ହେଲେ କିମ୍ବା କାନ୍ଦିଲେ ସେମାନଙ୍କୁ ଚୁପ କରିବା ପାଇଁ ମାତା – ପିତା ସେମାନଙ୍କୁ ଚକଲେଟ ଖାଇବାକୁ ଦିଅନ୍ତି l ତେବେ ଏହି ଚକଲେଟ ପିଲାମାନଙ୍କ ପାଇଁ ବହୁତ କ୍ଷତିକାରକ କାରଣ ଏଥିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ।
ପିଲାମାନଙ୍କ ଶରୀରରେ ଯଦି କେଉଁଠି ଛୋଟ ମୋଟ ରୋଗ ଦେଖାଯାଇଥାଏ। ତେବେ ତାହା କେବଳ ଚକଲେଟ କିମ୍ବା ଟଫି ଖାଇବା ଯୋଗୁଁ ହିଁ ହୋଇଥାଏ। ବାରମ୍ବାର ଚକଲେଟ ଖାଇବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଆସିବା ଏବଂ ଜିଭରେ ମଇଳା ଜମିବାକୁ ଲାଗିଥାଏ। ଯାହାଦ୍ୱାରା ପେଟରେ କୁର୍ମି ହେବା, କାଶ, ଗଳାରେ ସଂକ୍ରମଣ ଇତ୍ୟାଦି ସମସ୍ୟା ଦେଖାଯାଇଥାଏ।
ସେହିପରି ଅଧିକ ଚକଲେଟ ଖାଇବା ଦ୍ଵାରା ପିଲାମାନଙ୍କୁ ହାର୍ଣ୍ଣିଆ ହୋଇପାରେ। ତେବେ ମାତା ପିତା ମାନଙ୍କୁ ଏଥିପ୍ରତି ସତର୍କ ହେବା ଉଚିତ। କାରଣ ଚକଲେଟ ଏବଂ ଟଫିରେ ହାର୍ଣ୍ଣିଆ ଭଳି ରୋଗ ହେବାର ସମ୍ଭାବନା ଥାଏ। ଅଧିକାଂଶ ସମୟରେ ଦେଖିବାକୁ ମିଳେ ପିଲାମାନେ ଯେଉଁ ଚକଲେଟ ଖାଇଥାନ୍ତି। ତାହା ତାଙ୍କ ଦାନ୍ତରେ ଲାଗିଥାଏ, ଯାହାକୁ ଛଡାଇବା ପାଇଁ ସେମାନେ ପାଟି ଭିତରେ ବାରମ୍ବାର ଆଙ୍ଗୁଠି ଭର୍ତ୍ତି କରିଥାନ୍ତି। ଯାହା ଦ୍ୱାରା ଆଙ୍ଗୁଠିରେ ଲାଗିଥିବା ଧୂଳି ମାଟି ସିଧାସଳଖ ପାଟି ଭିତରକୁ ଯାଏ ଏବଂ ସଂକ୍ରମଣ କରାଇଥାଏ।
ଚକଲେଟ ପ୍ରତିବଦଳରେ ପିଲାମାନଙ୍କୁ ଫଳ, ବିସ୍କୁଟ, ଜୁସ ଇତ୍ୟାଦି ଦେବା ଉଚିତ। ଏପରି କରିବା ଦ୍ୱାରା ପିଲାମାନଙ୍କୁ ଚକଲେଟରୁ ଦୁରେଇ ରଖାଯାଇପାରିବ। ଏସବୁ ଦ୍ରବ୍ୟ ଅନେକ ପୌଷ୍ଟିକ ମଧ୍ୟ ତେବେ ଚକଲେଟରୁ ହେଉଥିବା ବିଭିନ୍ନ ରୋଗରୁ ବଞ୍ଚେଇ ଦିଆଯାଇପାରିବ।