ମୁହଁର ସୌନ୍ଦର୍ଯ୍ୟ ପାଇଁ ଆଖି, ନାକ ସହିତ ଦାନ୍ତର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ମୁହଁର ସୁନ୍ଦରତା ସେତେବେଳେ ଜଣାପଡେ, ଯେତେବେଳେ ଦାନ୍ତ ସୁନ୍ଦର ହେବା ସହିତ ଉଜ୍ଜ୍ୱଳ ଦେଖାଯାଏ। କିନ୍ତୁ ଯେତେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ। କଥା ହେବା ସମୟରେ ଅନେକ ସମୟରେ ମୁହଁରେ ହାତ ରଖି କଥା ହୋଇଥାନ୍ତି। ତେବେ ଦାନ୍ତ ହଳଦିଆ ପଡିବା କିମ୍ବା ଦାଗ ଦେଖାଦେବାର ମୁଖ୍ୟ କାରଣ ହେଉଛି – ଚା, କଫି, ତମ୍ବାଖୁ ଓ ସିଗାରେଟ ଆଦିର ବହୁଳ ସେବନ। ଏସବୁ ବ୍ୟତୀତ ବୟସ ବୃଦ୍ଧି ହେଲେ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଏ । ତେବେ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ବେକିଙ୍ଗ ସୋଡ଼ା :- ବେକିଙ୍ଗ ସୋଡ଼ା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ଦାନ୍ତକୁ ସଫା ମଧ୍ୟ ରଖେ। ଦାନ୍ତରୁ ହଳଦିଆ ପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଙ୍ଗ ସୋଡ଼ା ମିଶାଇ ଦାନ୍ତ ଘଷନ୍ତୁ। ଆପଣ ବେକିଙ୍ଗ ସୋଡ଼ାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ।
ତୁଳସୀ :- ତୁଳସୀ ପତ୍ରରେ ଆଣ୍ଟିବାୟୋଟିକ ଭାରି ହୋଇ ରହିଛି। ଯାହା ଦାନ୍ତରେ ହେଉଥିବା ରୋଗ ସହ ଲଢ଼ିବା ପାଇଁ ସାହାଯ୍ୟ କରେ। ତୁଳସୀଙ୍କୁ ବ୍ୟବହାର କରିବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅନ୍ତୁ। ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ଏହି ପେଷ୍ଟକୁ ନିୟମିତ ପ୍ରୟୋଗ କରିପାରିବେ।
ଲେମ୍ବୁ :- ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କରନ୍ତୁ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ।
ଷ୍ଟ୍ରବେରୀ :- ଷ୍ଟ୍ରବେରୀ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆ ପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ।
ଲୁଣ :- ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହାର କରନ୍ତୁ। ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସନ୍ତୁ,ଏପରି କଲେ ଦାନ୍ତ ହଳଦିଆ ବହୁତ ଜଲଦି ଭଲ ହୋଇଯିବ। ଏହା ସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ।