ପ୍ରାୟତଃ ସାଲାଡ଼ରେ ବ୍ୟବହାର ହେଉଥିବା ବିଟ୍ ଶରୀରପାଇଁ କେତେ ମାତ୍ରାରେ ଲାଭଦାୟୀ ତାହା ଖୁବ୍ କମ୍ ଲୋକ ଜାଣିଥାନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହେବା ସହ ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ। ଭିଟାମିନ, ମିନେରାଲ, ପୋଟାସିୟମ, ଆୟୋଡିନ, ମ୍ୟାଗ୍ନେସିୟମ, ଭିଟାମିନ – ବି ୱାନ, ବି ଟୁ ଓ ବି ୧୨ ସହିତ ଭିଟାମିନ ସି, ଆଇରନ ଓ ଫସଫରସ ଭରପୁର ମାତ୍ରାରେ ରହିଛି। ତେବେ ଆସନ୍ତୁ ଜାଣିବା ବିଟ୍ କୁ ଆହାର ଭାବେ ଗ୍ରହଣ କରିବା ଦ୍ୱାରା କଣ କଣ ଉପକାର ମିଳିଥାଏ।
▪️ଶରୀରରେ ଥିବା ଅଦରକାରୀ ପଦାର୍ଥକୁ ବାହାର କରିବାରେ ବିଟ୍ ସାହାଯ୍ୟ କରିଥାଏ।
▪️କୋଲେଷ୍ଟ୍ରୋଲର ସ୍ତର ଠିକ ରଖିଥାଏ।
▪️ରକ୍ତ କଣିକାକୁ ସୁରକ୍ଷା ଦେବା ସହ ରକ୍ତ ପ୍ରବାହ ବଢ଼ାଇଥାଏ।
▪️ଯକୃତର କାର୍ଯ୍ୟକ୍ରମ କରାଇବାରେ ସୁଧାର ଆଣିବା ସହ ରୋଗମୁକ୍ତ କରିଥାଏ।
▪️ଆମୋନିଆ ଦୂର କରିଥାଏ।
▪️ବିଟ୍ ରସ ଲାଭକାରୀ ହୋଇଥିବା ବେଳେ ଏହାକୁ ନିୟମିତ ସେବନ କରିବା ଦ୍ଵାରା ଶୀଘ୍ର ବୃଦ୍ଧତା ଆସିନଥାଏ।