ଶୀତଦିନରେ ଉପଭୋଗ କରନ୍ତୁ ଗାଜର ଜୁସ

ଶୀତଋତୁରେ ଗାଜର ଖାଇବା ବେଶ ସ୍ୱାସ୍ଥ୍ୟକର। କିନ୍ତୁ ଶରୀର ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଏଥିରୁ ପ୍ରସ୍ତୁତ ଜୁସ। ନିୟମିତ ରୂପେ ଗାଜର ଜୁସ ସେବନ ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

କାମ କରିବା ପରେ ଅଧିକ ଥକ୍କା ଲାଗୁଥିଲେ, ସକାଳୁ ଖାଲିପେଟରେ ଅଧ ଗ୍ଲାସ ଗାଜର ଜୁସରେ ପାଳଙ୍ଗ ରସ, ଭଜା ଜିରା ଏବଂ କଳା ଲୁଣ ମିଶାଇ ସେବନ କଲେ ସତେଜ ଲାଗିଥାଏ, ସାରାଦିନ ଶରୀରକୁ ଶକ୍ତି ମିଳିଥାଏ।  ଏହାଛଡା ଶୀତଦିନେ ଯଦି ନିୟମିତ ରୂପେ ଗାଜର ଜୁସ ସେବନ କରାଯାଏ, ତେବେ ଶରୀର ଭିତରୁ ଉଷୁମ ରଖିଥାଏ।  ଏମିତି କି କୋହଲା ପବନ ଯୋଗୁଁ ଆପଣଙ୍କୁ ଥଣ୍ଡା କି କାଶ ହେବାର ସମ୍ଭାବନା ନଥାଏ।

ଗାଜର ଜୁସରେ କିଛି ଲୁଣ ପକାଇ ପିଇଲେ ଥଣ୍ଡା, କାଶ, ଜ୍ୱର ଓ କଫ ସମସ୍ୟା ଠିକ ହୋଇଯାଏ। କେବଳ ସେଥିକି ନୁହେଁ, ପେଟପାଇଁ ଗାଜର ବେଶ ଉପକାରୀ।  ପେଟ ସମ୍ବଦ୍ଧିୟ କୌଣସି ସମସ୍ୟା ଥିଲେ, ନିୟମିତ ଗାଜର ଜୁସରେ ଲେମ୍ବୁ ରସ ଓ ପାଳଙ୍ଗ ରସ ମିଶାଇ ପିଇବା ଉଚିତ। ଗାଜରରେ ଭରପୁର ମାତ୍ରାରେ କ୍ୟାଲସିୟମ, ଫାଇବର, ଭିଟାମିନ ଏ, ବି, ଓ ସି ମହଜୁଦ ରହିଛି, ଯାହା କୋଲେଷ୍ଟୋରଲ ସ୍ତରକୁ ନିୟନ୍ତ୍ରଣରେ ରଖେ।

Leave a Reply

Your email address will not be published. Required fields are marked *