ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଜନ୍ମଦିନ (ନଭେମ୍ବର ୧୪) କୁ ‘ଶିଶୁ ଦିବସ’ ରୂପେ ପାଳନ କରାଯାଏ। ଉତ୍ତର ପ୍ରଦେଶର ଆଲ୍ଲାହାବାଦ ସହରରେ ଏକ କାଶ୍ମିରୀ ପଣ୍ଡିତ ପରିବାରରେ ପିତା ମୋତିରାମ ନେହେରୁ ଓ ମାତା ସ୍ଵରୂପାରାଣୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ସର୍ବଦା ପିନ୍ଧା କୋର୍ଟରେ ଗୋଲାପ ଫୁଲ ଲଗାଇବାକୁ ଭଲ ପାଉଥିବା ନେହେରୁଙ୍କ ହୃଦୟ ମଧ୍ୟ ଗୋଲାପ ଭଳି କୋମଳ। ସେ ପିଲା ମାନଙ୍କୁ ଖୁବ୍ ଭଲ ପାଉଥିଲେ। ପିଲାଏ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ। ଜଣେ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶର ଉଚିତ ମାର୍ଗଦର୍ଶକ ସାଜି ପାରିଥିଲେ। ଶିଶୁ ଦିବସ ପିଲା ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇଥିବାରୁ ଏହି ଦିନଟିକୁ ସମସ୍ତ ସ୍କୁଲରେ ଧୂମଧାମରେ ପାଳନ କରାଯାଏ।
ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେଥି ପାଇଁ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ ସେମାନଙ୍କୁ ସୁସ୍ଥ ନିର୍ଭୀକ ତଥା ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାର ଦାୟିତ୍ଵ ପ୍ରତ୍ୟେକ ନାଗରିକର ହେବା ଉଚିତ। ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ନେହେରୁ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ମେ ୨୭, ୧୯୬୪ରେ ତାଙ୍କର ଦେହାନ୍ତ ହୋଇଥିଲା।