ଅଜୀର୍ଣ୍ଣ ସମସ୍ୟାର ସରଳ ଉପଚାର

ପେଟ କାଟିବା, ହଠାତ ପେଟ ଫୁଲିଯିବା ଆଦି ଅଜୀର୍ଣ୍ଣ ହେବାର ଲକ୍ଷଣ। ଅଜୀର୍ଣ୍ଣ ଅର୍ଥ ଖାଦ୍ୟ ଭଲଭାବରେ ହଜମ ନହେବା।  ଆରମ୍ଭ ସମୟରେ ବାନ୍ତି ଲାଗିବା, ବାନ୍ତି ହେବା, ପେଟ ଜଳିବା, ହାକୁଟି ପରି ଲକ୍ଷଣ ଦେଖାଯାଏ। ସାଧାରଣତଃ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅଜୀର୍ଣ୍ଣ ପରି ସମସ୍ୟା ଦେଖାଯାଏ।  ଯଦି ଏପରି ବାରମ୍ବାର ହେଉଥାଏ ତା ହେଲେ ଡାକ୍ତରୀ ଔଷଧ ଅଧିକ ଖାଇବା ପରିବର୍ତ୍ତେ ଘରୋଇ ଉପାୟ ଆପଣାଇ ପାରିବେ।  ଯାହା ଅଜୀର୍ଣ୍ଣ ପରି ସମସ୍ୟାକୁ ଅଧିକ ବଢିବାକୁ ଦେବ ନାହିଁ ଏବଂ ତୁରନ୍ତ ଆରାମ ଦେବ।  ତେବେ ଆସନ୍ତୁ ଜାଣିବା କିଛି ସହଜ ଘରୋଇ ଉପଚାର ସମ୍ପର୍କିତ ତଥ୍ୟ।

ଲେମ୍ବୁ, ଅଦା ଓ ମହୁ :- ଦୁଇ ଚାମଚ ଲେମ୍ବୁ ରସ, ଅଦା ରସ ଓ ମହୁକୁ ଏକ ଗ୍ଲାସ ଉଷୁମ ପାଣିରେ ଗୋଳେଇ ଖାଦ୍ୟ ଖାଇବା ପରେ ପିଇବେ।

ଧନିଆ ଗୁଣ୍ଡ :- ଏକ ଚାମଚ ଧନିଆ ଗୁଣ୍ଡକୁ ଏକ ଗ୍ଲାସ ବଟର ମିଳ୍କରେ ଗୋଳାଇ ପିଇଲେ ତୁରନ୍ତ ବଦହଜମି ସମସ୍ୟା ଦୂର ହୁଏ।

ହର୍ବାଲ ଚାହା :- ଅଜୀର୍ଣ୍ଣ ହେବାର ଅନୁଭବ କରିଥିଲେ କ୍ଷୀର ଚାହା ପିଇବା ପରିବର୍ତ୍ତେ ଗ୍ରୀନ ଟି କିମ୍ବା ନିଜ ପସନ୍ଦର ହର୍ବାଲ ଟି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ।

ଅଦା ଓ ରସୁଣ :- ଅଦାରେ ବହୁ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଛୋଟ ଅଦାକୁ ଛେଚି ସେଥିରେ କିଛି ଲୁଣ ଦେଇ ଚୋବାଇ ଖାଇଲେ ବି ଅଜୀର୍ଣ୍ଣ ସମସ୍ୟା ରୁହେ ନାହିଁ।

ବେକିଂ ସୋଡ଼ା :- ଗୋଟିଏ ଚାମଚ ବେକିଂ ସୋଡ଼ାକୁ ଅଧା ଗ୍ଲାସ ପାଣିରେ ଭଲଭାବରେ ଗୋଳାଇ ପିଅନ୍ତୁ। ଦେଖିବେ ଏହା ତୁରନ୍ତ ହଜମ କରାଇବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *