ଇଂରାଜୀ ଶିଖିବାକୁ ଚାହୁଁଥିଲେ ଏହି ୫ଟି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଇଂରାଜୀ କହିବାରେ ବା କାହା ସହ ଇଂରାଜୀରେ  କଥା ହେବାକୁ ଚାହୁଁଥିଲେ କୌଣସି ଅସୁବିଧା ନାହିଁ। ଇଂରାଜୀ କହିବା ବଡ଼ କଥା ନୁହେଁ।  ନିଜେ ପରିଶ୍ରମ କରି ଏପରି କାମକୁ ସହଜ କରିପାରିବେ।


ଇଂରାଜୀ କହୁଥିବା ଲୋକଙ୍କ ସହ ମିଶନ୍ତୁ :- ଯେଉଁଠାରେ ଲୋକ ଇଂରାଜୀରେ କଥା ହୁଅନ୍ତି ସାଧାରଣତଃ ଆମେ ସେ ସ୍ଥାନରୁ ଦୁରେଇ ରହୁ ବା ସେମାନଙ୍କ ସହ କମ୍ କଥା ହେବାକୁ ପ୍ରୟାସ କରୁ ସେଥିପାଇଁ ଇଂରାଜୀ ଶିଖିବାକୁ ହେଲେ ପ୍ରଥମେ ସେହି ପରିବେଶରେ ରହିବା ଆବଶ୍ୟକ। ଏହା ଦ୍ୱାରା ଅନ୍ୟମାନଙ୍କ ପରି ଇଂରାଜୀ କହିବା ଆରମ୍ଭ କରିବେ ଓ ଭୁଲ ସୁଧାରିବାକୁ ସୁଯୋଗ ମିଳିବ।

ଇଂଲିଶ ପଢନ୍ତୁ :- କିଛି ବି ଶିଖିବାକୁ ହେଲେ ପୁଙ୍ଖାନୁପୁଙ୍ଖ ଭାବେ ପଢିବା ଜରୁରୀ। ପ୍ରତିଦିନ ଇଂଲିଶ ପେପର ପଡିବା ସହିତ ଇଣ୍ଟରନେଟରେ ଇଂରାଜୀ ୱେବସାଇଟ  ଅଧିକ ଦେଖନ୍ତୁ।

ଅଭ୍ୟାସ :- ଅଧିକାଂଶ ଲୋକ ଇଂରାଜୀ ଲେଖିପାରୁଥିଲେ ମଧ୍ୟ କହିବାରେ ସମସ୍ୟା ହୋଇଥାଏ। ସେଥିପାଇଁ ବାରମ୍ବାର ଅଭ୍ୟାସ କରିବା ସହ ଦର୍ପଣ ସାମ୍ନାରେ ଠିଆ ହୋଇ ଏହି ସମସ୍ୟା ଦୂର କରିପାରିବେ। ଏପରି କରିବା ଦ୍ୱାରା ନିଜର ଆତ୍ମବିଶ୍ଵାସ ବଡ଼ିବ।

ମାତୃଭାଷା ପରିବର୍ତ୍ତେ ଇଂଲିଶ ରେ ଭାବନ୍ତୁ :- ଇଂରାଜୀରେ ଭାବିବା ମଧ୍ୟ ଜରୁରୀ। ଏହା ଦ୍ୱାରା କହିବା ସମୟରେ ମଝିରେ ମଝିରେ ରହିବେ ନାହିଁ। ହେଲେ ଅଧିକାଂଶ ଇଂରାଜୀ ଶିଖିବା ସମୟରେ ଏହାକୁ ବିଶେଷ ଧ୍ୟାନ ଦେଇନଥାନ୍ତି।

ଇଣ୍ଟରନେଟର ଭରପୁର ବ୍ୟବହାର :- ଯେକୌଣସି ବିଷୟରେ ଜାଣିବା ପାଇଁ ଇଣ୍ଟରନେଟର ବ୍ୟବହାର କରିପାରିବେ। ଇଂରାଜୀ କହିବା ଓ ଲେଖିବା ସମ୍ବନ୍ଧୀୟ ଅନେକ ମୌଳିକ ଧାରଣା ପାଇପାରିବେ।

Leave a Reply

Your email address will not be published. Required fields are marked *