ପ୍ରସିଦ୍ଧ ଶୈବପୀଠ ବାଲେଶ୍ଵରର ପଞ୍ଚଲିଙ୍ଗେଶ୍ଵର

ପଞ୍ଚଲିଙ୍ଗେଶ୍ୱର ବାଲେଶ୍ୱର ଏକ ପ୍ରମୁଖ ଶୈବପୀଠ।  ବାଲେଶ୍ୱର ଜିଲ୍ଲାର ନୀଳଗିରି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଦେବଗିରି ପାହାଡ଼ରେ ପଞ୍ଚଲିଙ୍ଗେଶ୍ୱର…

ସମଗ୍ର ବିଶ୍ଵରେ ବିରଳ ଓଡ଼ିଶାର ଏହି ବକ୍ର ମନ୍ଦିର!

    ପଶ୍ଚିମ ଓଡିଶା ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଏହା ସମ୍ଭବ ହୋଇପାରିଛି  ହୀରାକୁଦ ବନ୍ଧ , ସମ୍ବଲପୁରୀ…

ପରିଚିତ କୋରାପୁଟର ଅପରିଚିତ ପର୍ଯ୍ୟଟନସ୍ଥଳୀ : ମାଳିଗୁଡା

କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ ଏକ ଟୁଇଟ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଥିବା ଫୋଟୋରେ ଏକ ଉଚ୍ଚ…

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ରହିଛି ପ୍ରାଚୀନ ଶକ୍ତିପୀଠ ମା’ ତାରାତାରିଣୀ

ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ତାରାତାରିଣୀ ପୀଠ ହିନ୍ଦୁ ଧର୍ମର ଏକ ପବିତ୍ର ଧର୍ମପୀଠ । ଶକ୍ତି-ସ୍ୱରୂପିଣୀ ଦେବୀ ତାରାତାରିଣୀଙ୍କ ଶକ୍ତିପୀଠ ବ୍ରହ୍ମପୁର…

ଶାନ୍ତିସ୍ତୂପ ଧଉଳି

ଓଡ଼ିଶାର ବୌଦ୍ଧ ପୀଠସ୍ଥଳ ମଧ୍ୟରେ ଖଣ୍ଡଗିରୀ ଓ ଧଉଳିଗିରି ମୁଖ୍ୟ ବୌଦ୍ଧ ପୀଠସ୍ଥଳ ଅଟେ। ଧଉଳିଗିରି ଧଉଳି ପାହାଡ ଓ ଦୟାନଦୀ…

ପ୍ରକୃତିପ୍ରେମୀଙ୍କ ପସନ୍ଦ : ସାନଘାଗରା ଜଳପ୍ରପାତ

ପ୍ରକୃତିର ଅନନ୍ୟ ବରଦାନ ସାନଘାଗରା। କେନ୍ଦୁଝର ଜିଲ୍ଲାର ଏହା ଏକ ସୁନ୍ଦର ଜଳପ୍ରପାତ। ପିକନିକ ଋତୁ ଆରମ୍ଭ ହୋଇଗଲେ କୋଳାହଳମୟ ଜୀବନରୁ…

ମିନି ତିବ୍ବତ: ଗଜପତିର ଚନ୍ଦ୍ରଗିରି

ପ୍ରକୃତିକ ସୌନ୍ଦର୍ଯ୍ୟ ରେ ବିମଣ୍ଡିତ ଉତ୍କଳ ଭୂମିରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ; ଯାହା ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ…

ଅନନ୍ୟ ଶକ୍ତିପୀଠ : ଚଉଷଠି ଯୋଗିନୀ

ପୌରଣିକ କଥାବସ୍ତୁ ଅନୁଯାୟୀ ସତୀଙ୍କର ଉରଦ୍ୱୟ ଓଡ଼ିଶାର ଦୁଇଟି ସ୍ଥାନରେ ପଡିଥିଲା। ତନ୍ମଧ୍ୟରୁ ଭୁବନେଶ୍ଵର ଉପକଣ୍ଠସ୍ଥ ହିରାପୁରରେ ଗୋଟିଏ । ଅନ୍ୟଟି…

ଅନନ୍ୟ ଶୈବପୀଠ : ଢେଙ୍କାନାଳର କପିଳାସ

ଢେଙ୍କାନାଳ ଜିଲ୍ଲା କପିଳାସରେ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ଅବସ୍ଥିତ। ଏହା ରାଜ୍ୟର ଅନ୍ୟତମ ପ୍ରାଚୀନ ଶୈବପୀଠ। ତତ୍କାଳୀନ ପୁରୀ ଗଜପତି…

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି: ଯେଉଁଠି ଶୀତଋତୁରେ ହୁଏ ବରଫପାତ

ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ, ଦାରିଙ୍ଗବାଡ଼ି, ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଗନ୍ତାଘର । ଏଠାକାର ଓ ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ ।

 

ଦାରିଙ୍ଗବାଡ଼ିର ସୁନ୍ଦର ପରିବେଶ, ସବୁଜ ଅରଣ୍ୟ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରେ । ଏଠାକାର  ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଓଡିଶାର ଭୂସ୍ୱର୍ଗର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଶୀତ ଦିନେ ହାଡ଼ ଭଙ୍ଗା ଜାଡ଼କୁ ଖାତିର ନକରି ଦୂରଦୁରାନ୍ତରରୁ ପର୍ଯ୍ୟଟକ ଏହି ହିଲ୍ ଷ୍ଟେସନକୁ ବୁଲିବାକୁ ଯାଆନ୍ତି ।


କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଓଡିଶାର ଭୂସ୍ୱର୍ଗ ଭାବେ ପରିଚିତ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର ଦାରିଙ୍ଗବାଡି ଏକାନ୍ତରେ ହେଉ ଅବା ପରିବାର ସହ ସମୟ ବିତାଇବା ପାଇଁ ଏକ ପ୍ରକୃଷ୍ଟ ଭ୍ରମଣସ୍ଥଳୀ ।

Daringbadi

 ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଦାରିଙ୍ଗବାଡି । ଏହାର ମନମୁଗ୍ଧ କଲା ଭଳି ପରିବେଶ, ଚିଲ୍ଡ଼ରେଂସ୍ ପାର୍କ, ନେଚରପାର୍କ, ହିଲଭିୟୁ ପାର୍କ, କିରିକୁଟି ପ୍ରକୃତି ଲଭର୍ସ ପଏଣ୍ଟ ଓ ସାଇଲେଣ୍ଟ ଭ୍ୟାଲିରେ  ସେଲ୍ଫି ନେବା ସହ ବଣଭୋଜିର ମଜା ଉଠାଇବା ପାଇଁ ଏକ ଶ୍ରେଷ୍ଟ ସ୍ଥାନ  ।

 

ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ରହିବା ପାଇଁ ଜଙ୍ଗଲବିଭାଗ ପକ୍ଷରୁ ଇକୋ କଟେଜର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ   ଇକୋ କଟେଜରେ ଦେଶୀ ଖାଦ୍ୟ ସହ ରାତିରେ କ୍ୟାମ୍ପ ଲବସକ୍ସ ର ମଧ୍ୟ ବ୍ୟସ୍ଥାରହିଛି ଯାହା ପର୍ଯ୍ୟଟକଙ୍କୁ ବେଶ ଆନନ୍ଦ ପ୍ରଦାନ କରେ  । ଏହାସହ ଦାରିଙ୍ଗବାଡିରେ ଛୋଟ ବଡ଼ ଲଜ୍ ମଧ୍ୟ ରହିଛି ।