ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା ଓଡ଼ିଶାରେ ସଧବା ନାରୀ ମାନଙ୍କ ଦ୍ଵାରା ପାଳନ କରରାଯାଉଥିବା ଏକ ଓଷା। ଦେବୀ ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ତେଣୁ ଏହା ନିଜ ପତିଙ୍କ ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସାଧବା ହେବା ପାଇଁ, ଏହି ବ୍ରତ ପାଳନ କରନ୍ତି।
ଜ୍ୟଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏହି ଦିନ ସଧବା ସ୍ତ୍ରୀ ମାନେ ଉପବାସ କରନ୍ତି। ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ପୂଜା ଶେଷ ହେବା ହେଲେ (ଧୂଆ ମୁଗ, ନଡିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି। ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ।
ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ସେ କିପରି ନିଜ ପତି ପରମେଶ୍ଵର ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲେ, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ।