ସମଗ୍ର ବିଶ୍ଵରେ ବିରଳ ଓଡ଼ିଶାର ଏହି ବକ୍ର ମନ୍ଦିର!

 

 

ପଶ୍ଚିମ ଓଡିଶା ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଏହା ସମ୍ଭବ ହୋଇପାରିଛି  ହୀରାକୁଦ ବନ୍ଧ , ସମ୍ବଲପୁରୀ ଶାଢି ଓ ଗୀତ, ଶୀତଳଷଷ୍ଠୀ ଯାତ୍ରା ଓ ହୁମାରେ ଥିବା ବକ୍ର ମନ୍ଦିର ପାଇଁ। ସମ୍ବଲପୁର ସହରଠାରୁ ମାତ୍ର ୨୮ କି॰ମି  ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ବାବା ବିମଳେଶ୍ଵରଙ୍କର ମନ୍ଦିର ରହିଛି। ଏହି ମନ୍ଦିର ଭୁପୃଷ୍ଟ ଆଡକୁ ଢଳି  ରହୁଥିବାରୁ ଏହା ବକ୍ର ମନ୍ଦିର ଭାବେ ପରିଚିତ।

Courtesy: sambalpur.nic.in

ହୁମା ମନ୍ଦିରର  ନିର୍ମାତା ଓ ନିର୍ମାଣକାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ ରୁ ୧୬୯୦ ଖ୍ରୀଷ୍ଟାଦ୍ଧ ମଧ୍ୟରେ ନିର୍ମାଣ କରିଥିଲେ। ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ତ ବିଶିଷ୍ଟ।  ମୁଖ୍ୟ ମନ୍ଦିର ବିମଲେଶ୍ଵର ପଶ୍ଚିମ ଦିଗକୁ ୪୭ ଡିଗ୍ରୀ କୋଣ କରି ରହିଛି।  ମନ୍ଦିରକୁ ଲାଗି ରହୁଥିବା ନାଦିଘାଟରେ ଈଷତ ଲାଲ ରଙ୍ଗର କୁଡୋ ମାଛ ହୁମାର ଅନ୍ୟତମ ଆକର୍ଷଣ।

Courtesy: Wikipedia

ଥରେ ଜଣେ ବୃଦ୍ଧ ମାଛକୁ ପନିକିରେ କାଟିବା ସମୟରେ ପଥର ହୋଇଯାଇଥିବାର  ପ୍ରବାଦ ରହିଛି। ଏଠାରେ ଭଗବାନ ବିଷ୍ଣୁ ନିଜେ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ଵାସ କରାଯାଏ। ସମଗ୍ର ବିଶ୍ଵରେ ଏଭଳି ଆକୃତିର ମନ୍ଦିର କେଉଁଠି ମଧ୍ୟ ନ।ହିଁ। ମନ୍ଦିରର ବକ୍ରତାର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଐତିହାସିକ ମତ ଅନୁଯାୟୀ ମହାନଦୀର ବନ୍ୟାରୁ ରକ୍ଷା କରିବା ପାଇଁ ଯୋଜନାବଦ୍ଧ ଭାବରେ ମନ୍ଦିରକୁ ଏଭଳି ନିର୍ମାଣ କରାଯାଇଛି।  ଆଉ କିଛି ସ୍ଥାନୀୟ ଲୋକମତ ଅନୁସାରେ , ମହାନଦୀର ବନ୍ୟାପାଣି ମନ୍ଦିରରେ ଆଘାତ ହେବା କାରଣରୁ ମନ୍ଦିର ଏଭଳି ଭାବେ ଢଳି ଯାଇଛି। ଏହାଛଡା ସ୍ଵୟଂ ବିଶ୍ଵକର୍ମା ଏପରି ଭାବେ ମନ୍ଦିରକୁ ତୋଳିଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

Leaning Temple of Huma 2021, #5 top things to do in sambalpur, odisha, reviews, best time to visit, photo gallery | HelloTravel India
Courtesy: hellotavel.com

କିମ୍ବଦନ୍ତୀ କହେ ଯେ, ହୁମାର ଶିବଲିଙ୍ଗ ପାତାଳୀ ଓ ସ୍ଵୟଂ ଭୂଗର୍ଭରୁ ଆତ୍ମପ୍ରକାଶ କରିଛନ୍ତି । ପ୍ରତିଦିନ ଗୋଟିଏ ଗାଈର ପହ୍ନାରୁ ଆପେ କ୍ଷୀର ଝରି ଗୋଟିଏ ପଥର ଉପରେ ପଡୁଥିଲା। ଗାଈର ପହ୍ନା ଶୁଖିଯାଉଥିବାର ଦେଖି ମାଲିକ ଚିନ୍ତିତ ହୋଇ ଉଠିଲେ ଏବଂ ଏକଦା ସେ ଗାଈର ପିଛା କରିବା ଆରମ୍ଭ କଲେ।  ଗୋଟିଏ ପଥର ଉପରେ କ୍ଷୀର ଝରିଯାଉଥିବାର ସେ ଦେଖି ଆଶ୍ଚର୍ଯ୍ୟ ହେଲେ।  ସେ ଏହି କଥା ଲୋକଲଚନକୁ ଆଣିବା ପରେ ସେବେଠାରୁ ସେହି ସ୍ଥାନରେ ବାବା ବିମଳେଶ୍ଵରଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଲା।

Image may contain: cloud, sky and outdoor
Courtesy: https://www.facebook.com/IIMSBP/photos/a.1614721375458376/2530196877244150/?type=3&theater

 

ଏଠାରେ ମୁଖ୍ୟ ମନ୍ଦିରକୁ ଲାଗି ରହିଥିବା ପାହାଚ ଗୁଡିକୁ ଅତିକ୍ରମ କରି ତଳକୁ ଗଲେ ମହାନଦୀରେ ଥିବା କୁଡୋ ମାଛ ଦେଖାଯାନ୍ତି। ସେମାନେ ଦଳଦଳ ହୋଇ ପାଣି ଉପରକୁ ଉଠି ନିର୍ଭୟରେ ପର୍ଯ୍ୟଟକଙ୍କ ହାତରୁ ଦାନ ଖାଇଥାନ୍ତି। ଏହି ମନ୍ଦିରର କିଛି ଦୂରରେ ଥିବା କୁଦାରେ ମା’ ଶ୍ୟାମାକାଳୀଙ୍କର ଏକ ଭାବି ମନ୍ଦିର ରହିଛି। ଡଙ୍ଗାରେ ଗଲେ ଏହି ମନ୍ଦିରର ଦର୍ଶନ ହୋଇଥାଏ।

Leave a Reply

Your email address will not be published. Required fields are marked *