ଗତ କିଛି ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅଧିକାଂଶ ଲୋକ ଟ୍ରେନ ବଦଳରେ ବିମନରେ ଯାତ୍ରା କରିବା ପାଇଁ ଇଛ୍ଛୁକ ଅଛନ୍ତି। ଆଗରୁ ବିମାନ ଯାତ୍ରାପାଇଁ ଟିକେଟ ମୂଲ୍ୟ ଅଧିକ ହୋଇଥିବାରୁ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଥିଲେ। ବର୍ତ୍ତମାନ ବିମାନ ଟିକେଟ ଭଡା ଯଥେଷ୍ଟ ହ୍ରାସ ପାଇବାରୁ ବିଭିନ୍ନ ବର୍ଗର ଲୋକ ନିଜ କ୍ଷମତା ଅନୁସାରେ ବିମନରେ ଯାତ୍ରା କରିପାରୁଛନ୍ତି। ଏନେଇ ବିମାନ ଯାତ୍ରା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଦରକାର।
????ଛଣାଛଣି ଖାଦ୍ୟ ବିମାନ ଯାତ୍ରା ସମୟରେ କିମ୍ବା ୩୦-୪୦ ମିନିଟ ପୂର୍ବରୁ ସେବନ କରନ୍ତୁ ନାହିଁ। ଏହାର କାରଣ ଅମ୍ଳ ରୋଗ ହେବାର ଆଶଙ୍କା ସର୍ବାଧିକ। ତେବେ ବିଶେଷଜ୍ଞଙ୍କ ମତରେ ଛଣାଛଣି ଖାଦ୍ୟରେ ସୋଡିୟମର ପରିମାଣ ଅଧିକ ଥିବାରୁ ତାହା ଶରୀର ପାଇଁ କ୍ଷତିକାରକ।
????ମୃଦୁପାନୀୟ ମଧ୍ୟ ବିମାନ ଯାତ୍ରା ପୂର୍ବରୁ ନ ପିଇବା ଉଚିତ। ଏହା କାରଣରୁ ବଦହଜମି ହୋଇଥାଏ।
????ବିମାନ ଯାତ୍ରା ପୂର୍ବରୁ ସେଓ ଖାଆନ୍ତୁ ନାହିଁ, ଏହି ଫଳଟି ସ୍ୱାସ୍ଥ୍ୟ ପାଇଁ ହିତାକାରକ କିନ୍ତୁ ସେଥିରେ ଥିବା ଫାଇବର ଭଲ ଭାବରେ ହଜମ ହୋଇପାରେ ନାହିଁ।
????ବିମାନ ଯାତ୍ରା ପୂର୍ବରୁ ଅଧିକ କଫି ପିଇବା, ମସଲା ଭୋଜନ ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏନେଇ ସଚେତନ ରହିବା ଜରୁରୀ ଅଟେ ।