ଦୀପାବଳିରେ କେମିତି ଆସିବେ ଲଷ୍ମୀ

ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି। କାର୍ତ୍ତିକ ମାସର ଏହି ଦିନ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ଅଛି। ଭାରତୀୟ ସଂସ୍କୃତିରେ ଲକ୍ଷ୍ମୀଙ୍କୁ ଧନ ଧାନ୍ୟର ଦେବୀ ଭାବେ ଉପାସନା କରାଯାଏ। ତାଙ୍କ ଆଶୀର୍ବାଦରେ ଦାରିଦ୍ର୍ୟତା ଦୂର ହେବା ସହ ଜୀବନରେ ସୁଖ ସମୃଦ୍ଧି ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ତେବେ ଜାଣନ୍ତୁ କଣ କଲେ ଦୀପାବଳିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

▪️ଘରର ମୁଖ୍ୟ ଦ୍ୱାରରେ ମା ଲଷ୍ମୀଙ୍କ ପାଦଚିତ୍ର ନିଶ୍ଚୟ ଲଗାଇବା ଉଚିତ। ଏହାକୁ ଲଗାଇଲା ବେଳେ ଧ୍ୟାନ ଦେବେ ପାଦ ଯେପରି ଘରର ଭିତର ପଟକୁ ଲଷ୍ମୀଙ୍କ ପାଦ ରହୁଥିବ।  ଏହାଦ୍ୱାରା ଘରେ ଧନଧ୍ୟାନ୍ୟ ଭରିହୋଇ ରହିଥାଏ।

▪️ସେହିପରି ଘରର ମୁଖ୍ୟଦ୍ଵାରରେ ରୁପାର ସ୍ୱସ୍ତିକ ଲଗାଇବା ବେଶ ଶୁଭବୋଲି ବିଶ୍ବାସ ରହିଛି। ବାସ୍ତୁ ଅନୁସାରେ ଏହା କରିବା ଦ୍ୱାରା ପରିବାରର ସଦସ୍ୟମାନଙ୍କର ଶରୀର ସୁସ୍ଥ ରହିଥାଏ।  ଯଦି ଏପରି କରିପାରିବେ ନାହିଁ, ତେବେ ଲାଲ ସିନ୍ଦୁର ନେଇ ମଧ୍ୟ ସ୍ୱସ୍ତିକ କରିପାରିବେ।

▪️ଦୀପାବଳି ଅବସରରେ ଘରର ସମସ୍ତ ଦ୍ୱାରରେ ସୁନ୍ଦର ଏବଂ ରଙ୍ଗୀନ ତୋରଣ ବାନ୍ଧିବା ଉଚିତ।  ଧ୍ୟାନ ରଖିବେ କି, ଯେମିତି ତୋରଣ ଆମ୍ବ, ବର କିମ୍ବା ଆଶ୍ୱସ୍ତ ପତ୍ରର ହୋଇଥିବା ଉଚିତ।  କୁହାଯାଏ କି, ଏଭଳି ତୋରଣ ବାନ୍ଧିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ହ୍ରାସ ପାଇଥାଏ।

▪️ଦୀପାବଳି ଦିନ ଘରେ ଅଷ୍ଟଧାତୁର ପୂଜା କରନ୍ତୁ।  ମନେରଖନ୍ତୁ ଅଷ୍ଟଧାତୁର ପୂଜା କରିବା ସମୟରେ ଏହା ଉପରେ କଇଁ ବା ପଦ୍ମଫୁଲ ରଖି ପୂଜା କରିବା ଉଚିତ।  ବସ୍ତୁ୍ଦୋଷ ଅନୁସାରେ ଏଭଳି କରିବା ଦ୍ୱାରା ଲଷ୍ମୀ ସନ୍ତୁଷ୍ଟ ହୋଇଯାଆନ୍ତି।  ଏହା ଦ୍ୱାରା ଆପଣଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।

▪️ଯଦି ଦୀପାବଳିରେ ଆପଣ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଓ ଓଁ ଚି଼ହ୍ନରେ ମୁରୁଜ କିମ୍ବା ଫୁଲ ଆଙ୍କୁଛନ୍ତି, ତେବେ ଏହା ଘରର ପୂର୍ବ କିମ୍ବା ଉତ୍ତର ଦ୍ୱାରରେ ରଖନ୍ତୁ।

▪️ଘରର ମୁଖ୍ୟଦ୍ଵାରରେ ଗୋଟିଏ କଳସରେ ପାଣି ଓ ଫୁଲ ଦେଇ ପୂର୍ବ ଓ ଉତ୍ତର ଦିଗରେ ରଖନ୍ତୁ।  ଏହାଦ୍ୱାରା ଘରର ମାଲିକଙ୍କୁ ବେଶ ସୁଫଳ ମିଳିଥାଏ।

▪️ଘରର ମୁଖ୍ୟ ଦ୍ୱାରରେ ମା ଲଷ୍ମୀଙ୍କ ଏମିତି ଫଟୋ ଲଗାନ୍ତୁ, ଯେଉଁଥିରେ ମା ଲଷ୍ମୀ ପଦ୍ମଫୁଲ ଉପରରେ ବିରାଜମାନ ହୋଇଥିବେ। ଏହା କରିବା ଦ୍ୱାରା ଘର ପରିବାର ଲୋକଙ୍କୁ ଶୁଭଫଳ ମିଳିଥାଏ।

▪️ଘରର ମୁଖ୍ୟଦ୍ଵାରରେ ଓଁ ର ଚି଼ହ୍ନ ବନାନ୍ତୁ, ନହେଲେ ଶୁଭ ଲାଭ ଲେଖନ୍ତୁ।  ଧ୍ୟାନ ରଖନ୍ତୁ ଯେପରି ଏହି ଚି଼ହ୍ନ ମୁଖ୍ୟଦ୍ଵାରର ପୂର୍ବ କିମ୍ବା ଉତ୍ତର ଦିଗରେ ହିଁ ବନାନ୍ତୁ। ଏହା କରିବା ଦ୍ୱାରା ଘରେ ବେଶୀ ଦିନ ଯାଏଁ ରୋଗ ରହିବନାହିଁ l

Leave a Reply

Your email address will not be published. Required fields are marked *