ଅନ୍ଧାରରେ ମାଟି ଦୀପ କାରିଗର

ଆଗରୁ ଦୀପାବଳିରେ ଘରେ ମାଟି ଦୀପ ଲଗାଯାଉଥିଲା। କିନ୍ତୁ ଏବେ ମହମବତୀ ଓ ଝିଲମିଲ ବିଦ୍ୟୁତ ଲାଇଟ ଆଗରେ ବହୁତ ପଛରେ ପଡିଯାଇଛି ମାଟି ଦୀପ।  ଆଗରୁ କୁମ୍ଭାର ମାନେ ଚକରେ ତିଆରି ଦୀପରେ ଦୀପାବଳି ଦିନ ଘରକୁ ଆଲୋକମୟ କରାଯାଉଥିଲା। କିନ୍ତୁ ପଶ୍ଚାତ୍ୟ ସଂସ୍କୃତିର ପ୍ରବେଶ ଫଳରେ ଏବେ ଏହି ମାଟି ଦୀପଗୁଡିକ ଲୋକପ୍ରିୟତା ହରାଇଛି।

See the source image

ମାଟି ଦୀପ ତିଆରି କରୁଥିବା କୁମ୍ଭାରମାନେ ମଧ୍ୟ ଦୀପାବଳି ସମୟରେ ବେଶ କିଛି ଟଙ୍କା ରୋଜଗାର କରିବା ସ୍ଵପ୍ନ ଦେଖିଥାନ୍ତି। ଏବେ କିନ୍ତୁ ଚୀନର ବିଦ୍ୟୁତ ଲାଇଟ ଝଲକ ଓ ମହମବତୀର ଚାକଚକ୍ୟ ଆଗରେ ଏମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି।  ଗାଁର କୁମ୍ଭାର ମାନେ ମଧ୍ୟ ବହୁତ କମ ମାତ୍ରାରେ ଦୀପ ତିଆରି କରୁଛନ୍ତି।  ଏବେ ବିଦ୍ୟୁତ ଲାଇଟ ଓ ମହମବତୀ ବହୁଳ ପ୍ରଚଳନ ଯୋଗୁଁ ଦୀପ ତିଆରି କରିଥିବା କାରିଗରଙ୍କ ଜୀବନ ବି ଏବେ ଅନ୍ଧାରରେ ରହିଛି, ତେବେ ଯଦି ଆମେ ଚାହିଁବା ଏମାନଙ୍କ ଜୀବନ ବି ଆଲୋକମୟ ହୋଇପାରିବ ସେତେବେଳେ ଯେତେବେଳେ ଆମେ ଝିଲମିଲ ଲାଇଟ, ମହମବତୀ ପ୍ରତିବଦଳରେ ମାଟି ଦୀପ କିଣିବା।

Leave a Reply

Your email address will not be published. Required fields are marked *