ଭାରତର ହିନ୍ଦୁ ସଂସ୍କୃତିରେ ସିଦ୍ଧିଲାଭ ଓ ସଙ୍କଟ ମୋଚନ ନିମନ୍ତେ ବୈଦିକ ଯୁଗରୁ ଶ୍ରୀ ଗଣେଶ ଅଗ୍ର ପୂଜ୍ୟ ଦେବତା ରୂପେ ପୂଜା ହୋଇ ଆସୁଛନ୍ତି। ସମସ୍ତଙ୍କ ଜାଣିବାରେ ସେ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କର ପୁତ୍ର। କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ପାର୍ବତୀଙ୍କ ମାନସ ପୁତ୍ର। ତେଣୁ ତାକୁ ଅଜନ୍ମା ବୋଲି ମଧ୍ୟ କୁହାଯାଏ। ତାଙ୍କ ଜନ୍ମ ତିଥି ଭାଦ୍ରବ ଶୁକ୍ଳ ଚତୁର୍ଥୀରେ।
ସମସ୍ତ କର୍ମର ନିର୍ବିଘ୍ନ ସମ୍ପନ୍ନ ହେବା ପାଇଁ ହିନ୍ଦୁମାନେ ଗଣେଶ ବନ୍ଦନା କରିବା ଉଚିତ। ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରିବା କଥା ପୂରଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଭଗବାନ ଶଙ୍କର ତ୍ରିପୁରାସୁର ସହିତ ଯୁଦ୍ଧ କରିବା ପୂର୍ବରୁ ଶ୍ରୀଗଣେଶଙ୍କୁ ପୂଜା କରିବାକୁ ଭୁଲିଯାଇଥିଲେ। ଫଳରେ ମହାଦେବ ବିଜୟ ପ୍ରାପ୍ତ କରିପାରିଲେ ନାହିଁ। ଏହାର କାରଣ ଜାଣିପାରି ମହାଦେବ ଯୁଦ୍ଧକୁ ବନ୍ଦ କରି ଭଗବାନ ଗଣେଶଙ୍କୁ ବନ୍ଦନା କରିଲେ। ବନ୍ଦନା କରିବା ପରେ ଯୁଦ୍ଧରେ ତ୍ରିପୁରାସୁରକୁ ବଧ କଲେ। ଦେବତା ଓ ଅସୁର ମାନେ ସର୍ବପ୍ରଥମେ ଗଣେଶଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।
ଶିବ ପୂରାଣରେ ମାତା ପାର୍ବତୀ ନିଜ ଶରୀରର ମଳିକୁ ଗୋଟିଏ କଣ୍ଡେଇ ନିର୍ମାଣ କରି ସେଥିରେ ପ୍ରାଣ ଦାନ ଦେଇ ପୁତ୍ର ଜନ୍ମ ଦେଇଥିଲେ। ପୁତ୍ର ହସ୍ତରେ ଅସ୍ତ୍ର ଦେଇ ନିଜ କକ୍ଷର ଦ୍ୱାରପାଳ କରିଲେ। ମାତା ପାର୍ବତୀଙ୍କ ଆଦେଶ ଅନୁଯାୟୀ ଗଣେଶ ଭଗବାନ ଗଜମୁଖ ଧାରଣ କଲେ। ପୁତ୍ରର ଦୁର୍ଦଶାରେ ମାତା ଜଗଦମ୍ବା କ୍ରୋଧିତ ହେଲେ। ମାତାଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଦେବଗନ ମାତା ପାର୍ବତୀଙ୍କୁ ପ୍ରାଥନା କଲେ। ମାତା ପାର୍ବତୀ କହିଲେ ଏପରି ଯଦି ସମ୍ଭବ ହେବ ମୋ ପୁତ୍ରକୁ ସମସ୍ତ ଦେବତାଙ୍କ ମଧ୍ୟରେ ତାଙ୍କୁ ପୂଜା କରାଯାଉ। ଶିବ ତାଙ୍କୁ ବରଦାନ ଦେଇ କହିଲେ ଯିଏ ତୁମକୁ ପୂଜା କରିବ ତାର ସମସ୍ତ କାର୍ଯ୍ୟ ସିଦ୍ଧ ହେବ। ବ୍ରହ୍ମା -ବିଷ୍ଣୁ -ମହେଶ୍ୱର କହିଲେ ପ୍ରଥମେ ଗଣେଶଙ୍କୁ ପୂଜା କରି। ଅନ୍ୟ ଦେବତାଙ୍କୁ ପୂଜା କରାଯିବ। ଏହିପ୍ରକାରେ ଗଣେଶ ପ୍ରଥମ ପୂଜା ବୋଲି କୁହାଯାଏ।