ଓଡ଼ିଶା ଏଫ୍.ସିର ଏହି ୬ ବିଦେଶୀ ଖେଳାଳିଙ୍କ ଉପରେ ରହିବ ସଭିଁଙ୍କ ନଜର

ଇଣ୍ଡିଆନ ସୁପର ଲିଗର ଅଷ୍ଟମ ସଂସ୍କରଣ ନଭେମ୍ବର ୧୯ ତାରିଖରୁ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ବିଗତ ସଂସ୍କରଣର ନୈରାଶ୍ୟ ଜନକ…

ସ୍କୁଲ ନାହିଁ ତ ବକ୍ସିଂ ନାହିଁ: ବସ୍ତି ପିଲାଙ୍କ ବକ୍ସିଂ କୋଚ୍ ସୁଦର୍ଶନ

ପ୍ରବଳ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବାଧା ବିଘ୍ନ । ଆଉ ଲେଖି ହୋଇଯାଏ କିଛି ଏମିତି କାହାଣୀ ଯାହା…

ସ୍ମୃତିରେ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ

କରୋନା କବଳିତ କଠୋର ୨୦୨୦ ବିଦାୟ ନେବାର ଠିକ ପୂର୍ବରୁ ଓଡ଼ିଶା ସହ ସାମଗ୍ର ଭାରତୀୟ କ୍ରୀଡା ଜଗତକୁ ଆଉ ଏକ…

ଓଡ଼ିଶା ଏଫସିର ଅଭ୍ୟୁଦୟ ଓଡ଼ିଶା କ୍ରିଡା ଜଗତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ

ଓଡ଼ିଶା ଏଫସି ପାଇଁ ଖେଳି ମୁଁ ଗର୍ବିତ : ଶୁଭମ ଷଡଙ୍ଗୀ ରାଜ୍ୟର ଅନେକ ଖେଳାଳୀ ଜାତୀୟ ସ୍ତରରେ ନିଜ ନାମ…

ଭୁବନେଶ୍ଵର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍ ଦଳ ଓଡ଼ିଶା ଏଫ୍.ସି ସ୍ପେନର କିମ୍ବଦନ୍ତୀ ଫୁଟବଲ ଖେଳାଳି ଡେଭିଡ ଭିଲ୍ଲାଙ୍କୁ ନିଜର ଫୁଟବଲ ସମିତିରେ ସାମିଲ କରିଛି। ସେ ଏହାର ଗ୍ଲୋବାଲ ଫୁଟବଲ ଅପରେସନ୍ସ ମୁଖ୍ୟଭାବେ କାର୍ଯ୍ୟ କରିବେ। ସେହିପରି ଏହି ସମିତିରେ କ୍ଳବର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଯୋଶେପ ଗମ୍ବାଓ ଓ ଭିକ୍ଟର ଅନତେଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ସମିତିର ଦିଗଦର୍ଶନରେ ଦଳର ପ୍ରଶିକ୍ଷକ, ସହ ପ୍ରଶିକ୍ଷକଙ୍କ ନିଯୁକ୍ତି ସହ ପ୍ରଶିକ୍ଷଣ ଓ ଖେଳାଳି ଚୟନ ଆଦି କାର୍ଯ୍ୟ କରାଯିବ।

ଓଡ଼ିଶା ଏଫ୍.ସି ସହ ଯୋଗ ଦେବା ପରେ ଭିଲ୍ଲା କହିଛନ୍ତି, ”ମୋ ଅଭିଜ୍ଞାତାକୁ ନେଇ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେବି। ୨୦ ବର୍ଷର ଅଭିଜ୍ଞତା କ୍ଳବର ବିକାଶ ଦିଗରେ କାର୍ଯ୍ୟ କରିବି। କ୍ଳବର ମୋ ପ୍ରତି ରହିଥିବା ଆସ୍ଥାକୁ ବିଶ୍ବାସରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ ହେବ”।

 

ଦୀର୍ଘ ଦୁଇ ଦଶନ୍ଧିର ଫୁଟବଲ କ୍ୟାରିୟରରେ ଡେଭିଡ ସ୍ପେନ ପାଇଁ ସବୁ ପ୍ରକାରର ସଫଳତା ଅର୍ଜନ କରିଛନ୍ତି। ଫିଫା ବିଶ୍ଵକପ, ୟୂରୋପିଆନ ଚମ୍ପିୟାନସିପ ଓ ଚମ୍ପିଆନ୍ସ ଳିଗ୍ ଟାଇଟଲ ହାସଲ କରିବା ସହ ବର୍ସିଲୋନା, ଆଟଲେଟିକୋ ମାଡ୍ରିଡ, ଭାଲେନିସିଆ ଭଳି ଦଳ ପାଇଁ ଖେଳି ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ।

See the source image

 

ବିଶ୍ଵର ଜଣେ ଶ୍ରେଷ୍ଟ ଫୁଟବଲର ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ମହାନ ଖେଳାଳି ସ୍ପେନ ପାଇଁ ୯୮ ଟି ମ୍ୟାଚ ଖେଳି ୫୯ ଟି ଗୋଲ କରିଛନ୍ତି। ଭିଲ୍ଲା ୩ ଥର ବିଶ୍ଵକପ ଖେଳିବାର ସୁଯୋଗ ପାଇଛନ୍ତି। ସେ ୨୦୦୮ ରେ ସେ ବିଶ୍ଵକପ ବିଜୟୀ ହୋଇଥିଲେ। ସେହିପରି ୨୦୦୮ରେ ତାଙ୍କ ଦଳ ୟୁରୋପିଆନ ଚମ୍ପିୟାନସିପ ହାସଲ କରିଥିଲା।

See the source image

ସେହିପରି ପେଷାଦାର କ୍ଲବ ଫୁଟବଲରେ ସେ ୨୦୧୦-୧୧ରେ ଚମ୍ପିଆନ୍ସ ଲିଗ, ୨୦୧୧ରେ ୟୁଇଏଫଏ ସୁପର କପ , ୨୦୧୧ରେ କ୍ଲବ ୱାର୍ଲ୍ଡ କପ, ୨୦୧୦-୧୧ ଓ ୨୦୧୨-୧୩ରେ ବର୍ସିଲୋନା ତରଫରୁ ଦୁଇଟି ଲା-ଲିଗା ଟାଇଟଲ ଜିତିଥିଲେ। ସେହିପରି ୨୦୧୩-୧୪ ରେ ସେ ଆଟଲେଟିକୋ ମାଡ୍ରିଡ ପକ୍ଷରୁ ଖେଳି ତୃତୀୟ ଲା-ଲିଗା ଟାଇଟଲ ଜିତିଥିଲେ। ଦୀର୍ଘବର୍ଷ ଧରି ସେ ଫିଟନେସ ଓ ଫର୍ମ ବଜାୟ ରଖି ସେ ବିଶ୍ଵ ଫୁଟବଲରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଉଜ୍ଵଳମୟ କ୍ୟାରିୟର ଆଗାମୀ ପିଢିର ଫୁଟବଲରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଭଳି ଜଣେ କିମ୍ବଦନ୍ତୀଙ୍କ ଦିଗଦର୍ଶନ ଲାଭ କରି ଓଡ଼ିଶା ଏଫସି ଫୁଟବଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଓଡ଼ିଶାର ଅଗଣିତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି।

ଅଲମ୍ପିକ ପଦକ ଲକ୍ଷ୍ୟରେ ଓଡ଼ିଶାର ଅଭିଜ୍ଞ ହକି ତାରକା ଦୀପଗ୍ରେସ ଏକ୍କା

ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଯୋଗ୍ୟତା ଅର୍ଜନ କରିସାରିଛି। ଟୋକିଓ ଅଲିମ୍ପିକ୍ସର ପ୍ରତ୍ୟେକ ମ୍ୟାଚରେ ଓଡ଼ିଶାର …

କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ଦୂତୀ ଚାନ୍ଦ

ଓଡ଼ିଶା ତଥା ଦେଶର ଦୃତତ୍ତମ ଧାବିକା ଭାବରେ ଦୂତୀ ଚାନ୍ଦ ରାଜ୍ୟ ପାଇଁ ଗର୍ବ ଓ ଗୌରବ। ଦେଶ ବିଦେଶରେ ଆୟୋଜିତ…

ଓଡ଼ିଶାର ନିଜସ୍ଵ କ୍ରିକେଟ କିମ୍ବଦନ୍ତୀ – ଦେବାଶିଷ ମହାନ୍ତି

ଯେତେବେଳେ ଓଡ଼ିଶା ଓ କ୍ରିକେଟ ଉଭୟ ମନକୁ ଆସେ, ସେତେବେଳେ ଦେବାଶିଷ ମହାନ୍ତିଏନକେ ନାମ ଆପେ ଆପେ ମନଙ୍କୁ ଦେବାଶିଷ ମହାନ୍ତିଙ୍କ…

ଏହି ୫ଟି କାରଣ ଯୋଗୁଁ ଓଡ଼ିଶା ଦେଶର କ୍ରୀଡା ରାଜଧାନୀ ଭାବେ ପରିଚିତ

ଓଡ଼ିଶା ଭାରତର କ୍ରୀଡା ରାଜଧାନୀ ପାଲଟିଛି। ବିଗତ ୬-୭ ବର୍ଷ ମଧ୍ୟରେ, ରାଜ୍ୟ ଅନେକ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡା…

ଓଡ଼ିଆ କ୍ରୀଡା ଜଗତର ମୁକୁଟ ବିହୀନ ସମ୍ରାଟ : ପଦ୍ମଶ୍ରୀ ଦିଲୀପ ତିର୍କୀ

ଯେଉଁ କେତେ ଜଣ ଓଡ଼ିଆ କ୍ରୀଡାବିତ ବିଶ୍ଵ କ୍ରୀଡା ଜଗତରେ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି ସେମାନଙ୍କ ମଧ୍ୟରେ ଦିଲୀପ ତିର୍କୀଙ୍କ ସ୍ଥାନ…